Jump to content

ସ୍ଥାୟୀ ଜୀବାଣୁ ପୁଂଗ୍ରନ୍ଥି ପ୍ରଦାହ

ଉଇକିପିଡ଼ିଆ‌ରୁ
Chronic bacterial prostatitis
ବିଭାଗUrology
ଲକ୍ଷଣPain with urination, trouble with the stream, frequent urination[]
ଅବଧି>3 months[]
କାରଣOften Escherichia coli[]
ବିପଦ କାରକUrinary catheterization, diabetes, prostate biopsy, uncircumcised, transurethral resection of the prostate (TURP)[][]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms, examination, and urine testing[]
ସଠିକ ରୋଗ ନିର୍ଣ୍ଣୟBenign prostatic hyperplasia (BPH), chronic pelvic pain syndrome (CPPS), interstitial cystitis, prostate cancer, pelvic floor dysfunction, prostatic abscess, bladder cancer[][]
ଚିକିତ୍ସାAntibiotics, alpha blockers[]
ପୁନଃପୌନିକ<1% of males at some point[]

ସ୍ଥାୟୀ ଜୀବାଣୁ ପୁଂଗ୍ରନ୍ଥି ପ୍ରଦାହ ବା କ୍ରନିକ୍ ବ୍ୟାକ୍ଟେରିଆ ପ୍ରୋଷ୍ଟାଟାଇଟିସ୍ (ଇଂରାଜୀ ଭାଷାରେ Chronic bacterial prostatitis/ ସିବିପି) ହେଉଛି ପ୍ରୋଷ୍ଟେଟ୍ ଗ୍ରନ୍ଥିର ଜୀବାଣୁ ସଂକ୍ରମଣ ଯାହା ୩ ମାସରୁ ଅଧିକ ସମୟ ପାଇଁ ଲକ୍ଷଣ ସୃଷ୍ଟି କରେ । [] ସାଧାରଣ ଲକ୍ଷଣ ମଧ୍ୟରେ ମୂତ୍ର ତ୍ୟାଗ ସମୟରେ ଯନ୍ତ୍ରଣା, ମୂତ୍ର ସ୍ରୋତରେ ଅସୁବିଧା ଏବଂ ବାରମ୍ବାର ପରିସ୍ରା ହୁଏ ।[] ଅନ୍ୟ ଲକ୍ଷଣଗୁଡ଼ିକରେ ତଳ ପେଟ କିମ୍ବା ପେରିନିଅମରେ ଯନ୍ତ୍ରଣା, ଯୌନ ଅସୁବିଧା କିମ୍ବା ଜ୍ୱର ହୋଇପାରେ | [] ସାଧାରଣତଃ ତୀବ୍ର ଜୀବାଣୁ ପ୍ରୋଷ୍ଟାଟାଇଟିସ୍ ଅପେକ୍ଷା ଅଳ୍ପ ଲକ୍ଷଣ ପ୍ରକାଶ ପାଇଥାଏ ।[]

ତୀବ୍ର ବ୍ୟାକ୍ଟେରିଆ ପ୍ରୋଷ୍ଟାଟାଇଟିସ୍ ପରେ ୧୦% ଲୋକଙ୍କଠାରେ କ୍ରନିକ୍ ବ୍ୟାକ୍ଟେରିଆ ପ୍ରୋଷ୍ଟାଟାଇଟିସ ବିକଶିତ ହୁଏ । [] ସଙ୍କଟ କାରକ ମଧ୍ୟରେ ମୂତ୍ରାଶୟ କ୍ୟାଥେରାଇଜେସନ୍, ମଧୁମେହ, ପ୍ରୋଷ୍ଟେଟ୍ ବାୟୋପ୍ସି, ସୁନ୍ନତ ହୋଇନଥିବା ଏବଂ ପ୍ରୋଷ୍ଟେଟର ଟ୍ରାନ୍ସୁୟୁରେଥ୍ରାଲ୍ ରିସେକସନ୍ (TURP) ଅନ୍ତର୍ଭୁକ୍ତ କରେ ।[] [] ଅଧିକାଂଶ ରୋଗ ଜୀବାଣୁ ଏସ୍କେରିସିଆ କୋଲାଇ କାରଣରୁ ହୋଇଥାଏ ।[] ଲକ୍ଷଣ, ପରୀକ୍ଷା ଏବଂ ପରିସ୍ରା ପରୀକ୍ଷା ଇତ୍ୟାଦି ଦେଖି ରୋଗ ନିର୍ଣ୍ଣୟ କରାଯାଏ । [] ରୋଗ ନିର୍ଣ୍ଣୟ ପାଇଁ ଯୁକ୍ତାତ୍ମକ କଲଚର ଆବଶ୍ୟକ ।[] ପ୍ରୋଷ୍ଟାଟାଇଟିସର ଅନ୍ୟାନ୍ୟ ରୂପ ମଧ୍ୟରେ ତୀବ୍ର ବ୍ୟାକ୍ଟେରିଆ ପ୍ରୋଷ୍ଟାଟାଇଟିସ୍ ଏବଂ କ୍ରନିକ୍ ପେଲଭିକ୍ ଯନ୍ତ୍ରଣା ସିଣ୍ଡ୍ରୋମ (CPPS) ଅନ୍ତର୍ଭୁକ୍ତ ।[]

ଏହି ରୋଗ ଚିକିତ୍ସାରେ ସାଧାରଣତଃ ୪ରୁ ୧୨ ସପ୍ତାହ ପର୍ଯ୍ୟନ୍ତ ପାଟିରେ ଆଣ୍ଟିବାୟୋଟିକ ଦିଆଯାଏ ।[] ପରିସ୍ରା କଲଚର ଅନୁସାରେ ଆଣ୍ଟିବାୟୋଟିକ ଦିଆଯାଏ ଯେପରିକି ଲେଭୋଫ୍ଲୋକ୍ସାସିନ୍ କିମ୍ବା ଆଜିଥ୍ରୋମାଇସିନ୍[] [] ଆଲଫା ବ୍ଲକର୍ ଯେପରିକି ଟାମସୁଲୋସିନ ଏବଂ ଯନ୍ତ୍ରଣା ନିବାରକ ଔଷଧ ମଧ୍ୟ ବ୍ୟବହାର କରାଯାଇପାରେ ।[] ଏହି ରୋଗର ସାଧାରଣଃ ପୁନରାବୃତ୍ତି ହୁଏ ।[] ଜୀବନର କୌଣସି ସମୟର ପୁରୁଷମାନଙ୍କର କ୍ରନିକ୍ ବ୍ୟାକ୍ଟେରିଆ ପ୍ରୋଷ୍ଟାଟାଇଟିସ୍ ଦେଖାଯାଏ | [] ଏହା ସାଧାରଣତ ୫୦ ବର୍ଷରୁ କମ୍ ବୟସରେ ହୁଏ ।[]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ Su, ZT; Zenilman, JM; Sfanos, KS; Herati, AS (3 June 2020). "Management of Chronic Bacterial Prostatitis". Current urology reports. 21 (7): 29. doi:10.1007/s11934-020-00978-z. PMID 32488742.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ Holt, JD; Garrett, WA; McCurry, TK; Teichman, JM (15 February 2016). "Common Questions About Chronic Prostatitis". American family physician. 93 (4): 290–6. PMID 26926816.
  3. ୩.୦ ୩.୧ Davis, NG; Silberman, M (January 2023). "Bacterial Acute Prostatitis". PMID 29083799. {{cite journal}}: Cite journal requires |journal= (help)
  4. Bowen, DK; Dielubanza, E; Schaeffer, AJ (27 August 2015). "Chronic bacterial prostatitis and chronic pelvic pain syndrome". BMJ clinical evidence. 2015. PMID 26313612.
  5. Holt JD, Garrett WA, McCurry TK, Teichman JM (February 2016). "Common Questions About Chronic Prostatitis". American Family Physician. 93 (4): 290–6. PMID 26926816.